ପ୍ରିୟଙ୍କା ଗାନ୍ଧୀ ଙ୍କ ପୁଅ ଏବଂ ଭାବି ବୋହୂ ଙ୍କୁ ନେଇ ଚର୍ଚ୍ଚା !

ଦିଲ୍ଲୀର ଗଳିକନ୍ଦିରୁ ଆରମ୍ଭ ହୋଇଥିବା ପିଲାଦିନର ବନ୍ଧୁତା, କ୍ୟାମେରା ପଛର ସୃଜନଶୀଳ ଦୁନିଆ ଏବଂ ଏବେ ଗାନ୍ଧୀ-ଭଦ୍ରା ପରିବାର ସହ ସମ୍ପର୍କ ! ଅବିଭା ବେଗ୍‌ଙ୍କ କାହାଣୀ ଦୀର୍ଘ ଦିନ ଧରି ଲୋକଙ୍କ ଆଗ୍ରହର କେନ୍ଦ୍ର ପାଲଟିଛି । ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରାଙ୍କ ସହ ତାଙ୍କର ନିର୍ବନ୍ଧ ହେବା ପରେ ଅବିଭା ଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ତାଙ୍କ ଫ୍ୟାଶନ୍ ସେନ୍ସ, ପାଠପଢ଼ା ଏବଂ ଫଟୋଗ୍ରାଫି କ୍ୟାରିୟର ବିଷୟରେ ଜାଣିବାକୁ ଲୋକଙ୍କ ଉତ୍ସୁକତା ବଢ଼ିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସବୁ ପରିଚୟଠାରୁ ଊର୍ଦ୍ଧ୍ୱରେ ଅବିଭା ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ । ସେ ଜଣେ ଫଟୋଗ୍ରାଫର ଏବଂ କ୍ରିଏଟିଭ୍ ପ୍ରଫେସନାଲ୍, ଯିଏ କଳା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ, ଅବିଭାଙ୍କ ଭାବୀ ସ୍ୱାମୀ ରେହାନ ଭଦ୍ରା ଏବେ ତାଙ୍କ ଫଟୋ ପ୍ରଦର୍ଶନୀକୁ ନେଇ ବିବାଦରେ ଅଛନ୍ତି। ଦିଲ୍ଲୀର ବିକାନେର ହାଉସ୍‌ରେ ଆୟୋଜିତ ତାଙ୍କର ‘No Idea Is Final’ ଶୀର୍ଷକ ଫଟୋ ପ୍ରଦର୍ଶନୀରେ ଲଗାଯାଇଥିବା ୧୦୫ଟି ଫଟୋ ମଧ୍ୟରୁ ୭୪ଟି ହଟାଇବାକୁ କୁହାଯାଇଥିବା ରେହାନ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଫଟୋଗୁଡ଼ିକ ମଧ୍ୟରେ ଯୁବପିଢ଼ିଙ୍କ ଆନ୍ଦୋଳନ ସହ ଜଡ଼ିତ କିଛି ଫଟୋ ମଧ୍ୟ ରହିଥିଲା । ଏହି ଘଟଣା କଳା ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#AvivaBaig #RaihanVadra #PriyankaGandhi #RobertVadra #Photography

Comments