ମହାଷ୍ଟମୀରେ ମା’ ତାରାତାରିଣୀଙ୍କ ମହାଗୌରୀ ବେଶ ଦର୍ଶନ ! ରାତିରେ ମହାକାଳୀ ବେଶ, ଚଢ଼ିବ ମହାଦୀପ
ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା। ମହାଷ୍ଟମୀ ଅବସରରେ ଭୋରରୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ପରେ ମା’ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ପୀଠରେ ଜମିଛି ଶହ ଶହ ଭକ୍ତଙ୍କ ଭିଡ଼। ଅଖଣ୍ଡ ଦୀପ ଜାଳି ଭକ୍ତମାନେ ମା’ଙ୍କ ନିକଟରେ ମନସ୍କାମନା ଜଣାଉଛନ୍ତି। ସେପଟେ ଆଜି ରାତିରେ ମା’ ମହାକାଳୀ ବେଶରେ ଦର୍ଶନ ଦେବାକୁ ଥିବାବେଳେ ରାତି ୧୧ଟା ୩୦ ମିନିଟ୍ରେ ମହାଦୀପ ଚଢ଼ିବାର କାର୍ଯ୍ୟକ୍ରମ ରହିଛି।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Ganjam #Taratarini
Comments
Post a Comment