ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଅମଳ ରେ ଦେଶ ନିହାତି ଆଗକୁ ଯାଉଛି । କିନ୍ତୁ ଦୁଃଖ ର କଥା ଆମ ଓଡିଶା ରାଜ୍ୟର ଶିକ୍ଷିତ ଯୁବକ ମାନ ଙ୍କ ର ପ୍ରକୃତ ଅବସ୍ଥା ବୋଧ ହୁଏ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଂଚି ପାରୁ ନାହିଁ ! କିଛି ଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଫୋଭ୍ୟାଲି 2 ରେ RBI ର ଡାଟା ସେଣ୍ଟର ଉଦଘାଟନ କରିଥିଲେ ଯାହା ପରେ କି ଓଡିଶା ର ଶିକ୍ଷିତ ଯୁବ ଗୋଷ୍ଠୀ ଙ୍କ ମନ ରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ।
୧. ଓଡିଶା ରେ ପ୍ରତିଷ୍ଠା ହୋଇଥିବା ଆଇଟି ପ୍ରତିଷ୍ଠାନ ଗୁଡିକ ରେ କେତେ ପ୍ରତିଶତ ଓଡ଼ିଆ କାମ କରୁଛନ୍ତି ?
୨. ସାଇବର ଠକେଇ ବଢୁଥିଲେ ମଧ୍ୟ ଓଡିଶା ର ନେଟୱାର୍କ ଇଞ୍ଜିନିୟର ମାନ ଙ୍କ ସଂଖ୍ୟା ସରକାରୀ କର୍ମ କ୍ଷେତ୍ର ରେ କେତେ ?
୩. ଓଡିଶା ରେ ସରକାରୀ ଚାକିରିଆ ଏବଂ ବେସରକାରୀ ଚାକିରିଆ ଙ୍କ ଦରମା ମଧ୍ୟ ରେ ଏତେ ପ୍ରଭେଦ କାହିଁକି ?
୪. କାହିଁକି ବନ୍ଦ ହୋଇ ଯାଇଛି ଓଡିଶା ର ସରକାରୀ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ?
୫. କାହିଁକି ଦରମା ବଢିବା ସତ୍ୱେ ଦୁର୍ନୀତି କୁ ରୋକା ଯାଇ ପାରୁ ନାହିଁ ?
୬. ଓଡିଶା ର ଶ୍ରମ ମନ୍ତ୍ରୀ କାହିଁକି ସାମ୍ନା କୁ ଆସୁ ନାହାନ୍ତି ?
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#PMO #Q4U #Questions #Janatajagaaran #ITOdisha
Comments
Post a Comment