ଷ୍ଟଣ୍ଟ କରି ଫାଇନ ଗଣିଲେ ଯୁବତୀ !

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ର ସୀତାପୁର ରେ ଜଣେ ଯୁବତୀ ବାଇକ୍‌ରେ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ ବିନା ହେଲମେଟ୍‌ରେ ଏକ ବ୍ୟସ୍ତ VIP ରାସ୍ତାରେ ବାଇକ୍ ଚଳାଉଥିବା ବେଳେ ଉଭୟ ହାତ ହ୍ୟାଣ୍ଡେଲରୁ ଛାଡ଼ି ରିଲ୍‌ ତିଆରି କରୁଥିବା ଦେଖିବାକୁ ମିଳିଛି। ଭିଡିଓ ଟି ସାମ୍ନାକୁ ଆସିବା ପରେ ଟ୍ରାଫିକ୍ ପୋଲିସ ଯୁବତୀଙ୍କ ନାମରେ ୧୬ ହଜାର ଟଙ୍କାର ଚାଲାଣ କାଟିଛି । ଏଥିରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା ପାଇଁ ୧,୦୦୦ ଟଙ୍କା, ସର୍ବସାଧାରଣ ସ୍ଥାନରେ ବିନା ଅନୁମତିରେ ରେସିଂ କିମ୍ବା ସ୍ପିଡ୍ ଟ୍ରାଏଲ୍ କରିବା ପାଇଁ ୫,୦୦୦ ଟଙ୍କା ଏବଂ ପ୍ରଦୂଷଣ ମାନଦଣ୍ଡ ଉଲ୍ଲଂଘନ ପାଇଁ ୧୦,୦୦୦ ଟଙ୍କାର ଜରିମାନା ଅନ୍ତର୍ଭୁକ୍ତ ରହିଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#UP #RacingStunt

Comments