ଯାଜପୁର ରେ ଗ୍ୟାସ ଟାଙ୍କି ଫାଟି ଶିଶୁ କନ୍ୟା ମୃତ !

ଯାଜପୁର ରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା !

ଗ୍ୟାସ ସିଲିଣ୍ଡର ଫାଟି ଜଣେ ଶିଶୁ କନ୍ୟା ମୃତ, ବାପା-ମାଆ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ରୁଟି କରିବା ସମୟରେ ଗ୍ୟାସ ଲିକ୍ ହୋଇ ହଠାତ୍ ଟାଙ୍କି ବିସ୍ଫୋରଣ ହେବାରୁ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଦୁର୍ଘଟଣା ରେ ୫ ବର୍ଷୀୟା ନିରୀହ ଶିଶୁକନ୍ୟାର ପ୍ରାଣହାନୀ ଘଟିଥିବାବେଳେ, ବାପା ଓ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ରିପୋର୍ଟ :- ପିଙ୍କୁନ ଜେନା 
ଜନତା ଜାଗରଣ 

#Jajpur #GasBlast

Comments