ଓଡିଶା ରେ ପହଁଚିଲା ଶହୀଦ ଯବାନ ଭି ତେଜା ଙ୍କ ପାର୍ଥିବ ଶରୀର !

ନୂଆଦିଲ୍ଲୀ : ନାଗାଲାଣ୍ଡରେ ସହିଦ ଓଡ଼ିଆ ଯବାନ ରାୟଗଡ଼ାର ପୁଅ ଭି. ତେଜାଙ୍କ ମରଶରୀର ଆଜି ରାୟଗଡ଼ା ରେ ପହଂଚିଛି । ସ୍ୱତନ୍ତ୍ର ହେଲିକପ୍ଟର ଓ ଆମ୍ବୁଲାନ୍ସ ଯୋଗେ ତାଙ୍କର ପାର୍ଥିବ ଶରୀର ଜନ୍ମସ୍ଥାନ ରାୟଗଡ଼ାକୁ ଅଣାଯିବା ପରେ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଆସାମ ରାଇଫଲ୍ସରେ ଯବାନ ଭାବରେ ଭି. ତେଜା କାର୍ଯ୍ୟରତ ଥିଲେ । ୨୦୨୨ ମସିହାରେ ସେ ସେନାରେ ଯୋଗ ଦେଇଥିଲେ । କାର୍ଯ୍ୟରତ ଅବସ୍ଥା ରେ ଥିବା ବେଳେ ଗୁଳି ବାଜିବା ରୁ ସେ ଶହୀଦ ହୋଇ ଯାଇଥିଲେ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#NewDelhi #Nagaland #AsaamRifles

Comments