ଧଳା ରଙ୍ଗ ର ନୀଳ ଆଖି ଥିବା ବାଘ ତେଜସ ପହଁଚିଲା ଡେରାଡୁନ ରେ !


ଗ୍ୱାଲିୟର: ଦୁର୍ଲଭ ଧଳା ରଙ୍ଗ, ନୀଳ ଆଖି ଓ କଳା ଧାରୀ ଥିବା ‘ତେଜସ' ! ଗ୍ୱାଲିୟର ଠାରୁ ପ୍ରାୟ ୫୫୦ କିଲୋମିଟର ଦୂର ଡେରାଡୁନ ରେ ପହଞ୍ଚିବା ପରେ ଉତ୍ତରାଖଣ୍ଡ ପାଇଁ ଏହା ବିଶେଷ ଆକର୍ଷଣ ପାଲଟିଛି। ଏହା ଉତ୍ତରାଖଣ୍ଡର ପ୍ରଥମ ଧଳା ବାଘ। ମଧ୍ୟପ୍ରଦେଶର ଗ୍ୱାଲିୟର ଜୁଲୋଜିକାଲ ପାର୍କ ରୁ ଟାଇଗର ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନ ରେ ଏହି ଧଳା ବାଘ କୁ ଡେରାଡୁନ ପଠାଯାଇଛି। ବିଶେଷ କଥା ହେଉଛି, ‘ତେଜସ’ ବଦଳ ରେ ପ୍ରାୟ ୫ ବର୍ଷ ବୟସର ରୟାଲ ବେଙ୍ଗଲ ଟାଇଗର ‘ଭୋଲା’ ଗ୍ୱାଲିୟର ଆସିଛି । ଅର୍ଥାତ୍, ଗ୍ୱାଲିୟର ରୁ ଯାଇଥିବା ଧଳା ବାଘ ଏବେ ଡେରାଡୁନ ର ନୂଆ ପରିଚୟ ହେବାକୁ ଯାଉଥିବା ବେଳେ ‘ଭୋଲା’ ଗ୍ୱାଲିୟର ରେ ପର୍ଯ୍ୟଟକ ଙ୍କ ଆକର୍ଷଣ ବଢ଼ାଇବ।ଏହିପରି ଭାବେ ଡେରାଡୁନ ଜୁ’ରେ ଧଳା ବାଘ ର ନୂଆ କାହାଣୀ ର ଆରମ୍ଭ ମଧ୍ୟପ୍ରଦେଶ ମାଟିରୁ ହୋଇଛି। ଗ୍ୱାଲିୟରର ଗାନ୍ଧୀ ଜୁଲୋଜିକାଲ ପାର୍କ ପୂର୍ବରୁ ହିଁ ଦୁର୍ଲଭ ଓ ସଂରକ୍ଷିତ ବନ୍ୟଜନ୍ତୁଙ୍କ ପାଇଁ ପରିଚିତ। ଏହାର ସରକାରୀ ସୂଚନାରେ ଧଳା ବାଘକୁ ମଧ୍ୟ ପ୍ରମୁଖ ଆକର୍ଷଣ ଭାବେ ଦର୍ଶାଯାଇଛି । ପ୍ରାୟ ଅଢ଼େଇ ବର୍ଷ ବୟସର ‘ତେଜସ’କୁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (CZA)ର ନିୟମ ଅଧୀନରେ ଚାଲୁଥିବା ଏକ୍ସ-ସିଟୁ କନଜରଭେସନ୍/ଆନିମଲ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନ ରେ ଡେରାଡୁନ ପଠାଯାଇଛି। ଏହି ଅଦଳବଦଳ ଅଧୀନ ରେ ଡେରାଡୁନ ର ପ୍ରାୟ ୫ ବର୍ଷ ବୟସ ର ରୟାଲ ବେଙ୍ଗଲ ଟାଇଗର ‘ଭୋଲା’ କୁ ଗ୍ୱାଲିୟର ପଠାଯାଇଛି ।ଏହା କେବଳ ଦୁଇଟି ବାଘଙ୍କ ଅଦଳବଦଳ ନୁହେଁ। ଉଭୟ ଚିଡ଼ିଆଖାନାରେ ବନ୍ୟଜନ୍ତୁ ବିବିଧତା ବଢ଼ାଇବା ସହ ସଂରକ୍ଷଣଭିତ୍ତିକ ପରିଚାଳନା କୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟ ରେ ଏହି ସ୍ଥାନାନ୍ତରଣ କରାଯାଇଛି।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors