ଦିଲ୍ଲୀ ରେ ଚଳନ୍ତା ବସ ଭିତରେ ନାବାଳିକା ଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ !

ନୂଆଦିଲ୍ଲୀ : ଦେଶ ର ରାଜଧାନୀ ଦିଲ୍ଲୀ ରେ ଚଳନ୍ତା ସ୍ଲିପର ବସ୍‌ ରେ ୧୬ ବର୍ଷୀୟା ଜଣେ ଛାତ୍ରୀ ଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସା ରେ, ଗ୍ରେଟର ନୋଏଡା ରୁ ଦିଲ୍ଲୀର କଶ୍ମୀରୀ ଗେଟ୍‌ ମଧ୍ୟରେ ଚଳାଚଳ କରୁଥିବା ଏକ ବସ୍‌ରେ ଚାଳକ ଓ କଣ୍ଡକ୍ଟର ନାବାଳିକା ଙ୍କୁ ଦୁଷ୍କର୍ମ କରିଥିବା ର ଅଭିଯୋଗ ଆସିଛି । ମାମଲା ରେ ପୁଲିସ ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଘଟଣା ରେ ବ୍ୟବହୃତ ବସ୍‌କୁ ମଧ୍ୟ ପୁଲିସ ଜବତ କରିଛି । ଏହି ଘଟଣା ୪ ଅଗଷ୍ଟ ୨୦୨୬ ର ବୋଲି କୁହାଯାଉଛି । ପୀଡ଼ିତା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ସେ ଏକାଦଶ ଶ୍ରେଣୀରେ ପଢୁଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ୩ ଅଗଷ୍ଟରେ ପରିବାରକୁ ନଜଣାଇ ଘରୁ ବାହାରି ଯାଇଥିଲେ । ପାଠପଢ଼ା କୁ ନେଇ ମାଆଙ୍କ ଗାଳିରେ ରାଗି ସେ ଘର ଛାଡ଼ିଥିବା କୁହାଯାଉଛି । ନୋଏଡା ସେକ୍ଟର-୬୩ ରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଯିବା ତାଙ୍କର ଉଦ୍ଦେଶ୍ୟ ଥିଲା । ପୁଲିସ ଅନୁସାରେ, ଘଟଣା ଘଟିଥିବା ରାତିରେ ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ଛାତ୍ରୀ ଭୁଲବଶତଃ ପରୀ ଚୌକ୍‌ରେ ଓହ୍ଲାଇ ପଡ଼ିଥିଲେ । ସେ ବର୍ଷାରେ ଫସି ଯାଇଥିଲେ। ଏହି ସମୟ ରେ ସେଠାରୁ ଏକ ଖାଲି ସ୍ଲିପର ବସ୍‌ ଯାଉଥିଲା । ଛାତ୍ରୀ ବସ୍‌ଟିକୁ ଅଟକାଇବା ପାଇଁ ଇଶାରା କରିଥିଲେ । ଅଭିଯୋଗ ଅନୁସାରେ, ବସ୍‌ ଚାଳକ ଓ କଣ୍ଡକ୍ଟର ତାଙ୍କୁ ବସ୍‌ରେ ବସାଇଥିଲେ । ଉଭୟେ ତାଙ୍କୁ ବସ୍‌ ଟି ନୋଏଡା ସେକ୍ଟର-୬୩ ଦିଗକୁ ଯାଉଥିବା କହିଥିଲେ । ସେମାନଙ୍କ କଥାରେ ବିଶ୍ୱାସ କରି ଛାତ୍ରୀ ବସ୍‌ରେ ବସିଥିଲେ । ପୁଲିସ ଅନୁସାରେ, ବସ୍‌ କିଛି ଦୂର ଯିବା ପରେ କଣ୍ଡକ୍ଟର ଛାତ୍ରୀ ଙ୍କୁ ଟଣା ଓଟରା କରିଥିଲେ ତେବେ ବିରୋଧ କରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ ଏବଂ ବସ ର ସମସ୍ତ ପରଦା ପକାଇ ଦେଇ ବାରମ୍ବାର ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ କାଶ୍ମୀରୀ ଗେଟ ପାଖରେ ଓଲ୍ହାଇ ଦେଇ ପଳାଇଥିଲେ ତେବେ ନାବାଳିକା ଜଣ ଙ୍କ ଥାନା ରେ ପହଂଚି ସବୁ କଥା କହିବା ପରେ ପୋଲିସ ତାଙ୍କ ର ଚିକିତ୍ସା ଆରମ୍ଭ କରିବା ସହିତ ଅଭିଯୁକ୍ତ ମାନ ଙ୍କୁ ଗିରଫ କରିଥିଲା ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Nuadilli #RapeinBus

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors