ନେପାଳ ରେ କାଦୁଅ ଭିତରେ ପୁଳା ପୁଳା ଟଙ୍କା !
ନେପାଳ : ନେପାଳ ର ଭୋଟେକୋଶୀ ନଦୀରେ ଆସିଥିବା ଭୟଙ୍କର ବନ୍ୟା ବ୍ୟାପକ ଧ୍ୱଂସ ଘଟାଇଛି । ବନ୍ୟାଜଳ ନୁୱାକୋଟ ଜିଲ୍ଲାର ତ୍ରିଶୁଳୀ ଅଞ୍ଚଳରେ ଥିବା କୃଷି ବିକାଶ ବ୍ୟାଙ୍କର ଏକ ଶାଖା ଭିତରକୁ ମଧ୍ୟ ପଶିଯାଇଥିଲା । ଫଳରେ ସମଗ୍ର ବ୍ୟାଙ୍କ ପରିସର ପାଣିରେ ବୁଡ଼ିଯାଇଥିଲା ।
ଅନେକ ଦିନ ପରେ ପରିସ୍ଥିତି କିଛିଟା ସ୍ୱାଭାବିକ ହେବା ପରେ, ବ୍ୟାଙ୍କ ଭିତରେ ଫସି ରହିଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର ଓ ରିଲିଫ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ବ୍ୟାଙ୍କରୁ ପ୍ରାୟ ୫୦ କୋଟି ନେପାଳୀ ଟଙ୍କା ମୂଲ୍ୟର ସୁନା ଉଦ୍ଧାର କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଭୋଟେକୋଶୀ ନଦୀର ବନ୍ୟା ଯୋଗୁଁ କୃଷି ବିକାଶ ବ୍ୟାଙ୍କର ତ୍ରିଶୁଳୀ-ଢୁଙ୍ଗେ ଶାଖା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ପାଣି ଓ ଆବର୍ଜନା ମଧ୍ୟରେ ବ୍ୟାଙ୍କର ଲକର ଏବଂ ଅନ୍ୟାନ୍ୟ ଅଂଶରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ଥିଲା।
ତଥାପି ପୁଲିସ ଓ ସମ୍ପୃକ୍ତ ଟିମ୍ଗୁଡ଼ିକ ପ୍ରାୟ ୮ ଘଣ୍ଟା ଧରି ଲଗାତାର ଅଭିଯାନ ଚଳାଇ ବ୍ୟାଙ୍କରେ ରଖାଯାଇଥିବା ମୂଲ୍ୟବାନ ଧାତୁ ଓ ନଗଦ ଟଙ୍କାକୁ ସୁରକ୍ଷିତ ଭାବେ ବାହାର କରିଥିଲେ।
ଅଧିକାରୀମାନଙ୍କ ଅନୁସାରେ, ଏହି ଅଭିଯାନରେ ପ୍ରାୟ ୫୦ କୋଟି ନେପାଳୀ ଟଙ୍କା ମୂଲ୍ୟର ସୁନା, ପ୍ରାୟ ଦେଢ଼ କୋଟି ନେପାଳୀ ଟଙ୍କା ନଗଦ, ରୁପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଛି। ଏଥିସହ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Money #Gold #NepalFlood
Comments
Post a Comment