ଡ୍ରେନ ଭିତରେ ପୁଅ କୁ ଦରାଣ୍ଡୁଛି ବାପା !

ନୂଆଦିଲ୍ଲୀ : ୧୫ ବର୍ଷୀୟ ମିଥୁନ ଦିଲ୍ଲୀ ର ଜସୋଲା ଗାଁର ଏକ ଖୋଲା ନାଳାରେ ପଡ଼ି ତୀବ୍ର ସ୍ରୋତ ରେ ଭାସିଯାଇଥିଲେ । ଅଗଷ୍ଟ ୨୨ ତାରିଖ ରୁ ନିଖୋଜ ଥିବା ଅଷ୍ଟମ ଶ୍ରେଣୀର ଛାତ୍ର ଙ୍କ ର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଏହି ଘଟଣା ରେ ଦିଲ୍ଲୀ ମହାନଗର ନିଗମ (MCD) ସୋମବାର ଜୁନିୟର ଇଞ୍ଜିନିୟର ଅନୁଜ କୁମାର ଙ୍କୁ ନିଲମ୍ବିତ କରିଛି । ଦକ୍ଷିଣ-ପୂର୍ବ ଦିଲ୍ଲୀର ଜସୋଲା ଅଞ୍ଚଳ ରେ ଏକ ଖୋଲା ନାଳା ରେ ବୁଡ଼ି ୧୫ ବର୍ଷୀୟ ମିଥୁନ ଙ୍କ ମୃତ୍ୟୁ ଘଟଣା ରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦିଲ୍ଲୀ ସରକାର ଜୁନିୟର ଇଞ୍ଜିନିୟର ଅନୁଜ କୁମାରଙ୍କୁ ନିଲମ୍ବିତ କରିଛନ୍ତି । ମିଥୁନ ପତଙ୍ଗ ଧରିବାକୁ ଚେଷ୍ଟା କରୁଥିବା ସମୟରେ ନାଳ ରେ ପଡ଼ିଯାଇଥିଲେ। ଉଦ୍ଧାରକାରୀ ଦଳ ଲଗାତାର କିଛି ଦିନ ଧରି ତାଙ୍କୁ ଖୋଜିଥିଲେ । ଏପରିକି ନିଜ ପୁଅକୁ ଖୋଜିବା ପାଇଁ ତାଙ୍କ ବାପା ମଧ୍ୟ ନାଳ ଭିତରକୁ ପଶି ଖୋଜାଖୋଜି କରିଥିଲେ। ଅଗଷ୍ଟ ୨୨ ତାରିଖ ଶନିବାରଠାରୁ ନିଖୋଜ ଥିବା ଅଷ୍ଟମ ଶ୍ରେଣୀର ଛାତ୍ର ମିଥୁନଙ୍କ ର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Delhi #Opendrain

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike