ପ୍ରଧାନଶିକ୍ଷୟତ୍ରୀ ଙ୍କୁ ୨୭ ଥର ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର !


 ତେଲେଙ୍ଗାନା : ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର କୋଣ୍ଡାମଲ୍ଲେପଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏକ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି । ଅୟ୍ୟାଶୀ ରୁ ଦୂରେଇ ରହିବାକୁ କହିବାରୁ ଦଶମ ଶ୍ରେଣୀର ଦୁଇ ଛାତ୍ର ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କଲ୍ଲୁ ରୂପା ରେଡ୍ଡୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଛାତ୍ରଦ୍ୱୟ ତାଙ୍କ ଶରୀରକୁ ଛୁରୀରେ ୨୭ ଥର ଭୁସିଥିଲେ। ନାଲଗୋଣ୍ଡା ପୋଲିସର ସୂଚନା ଅନୁସାରେ, ଦଶମ ଶ୍ରେଣୀର ଦୁଇ ନାବାଳକ ଛାତ୍ର ଏହି ହତ୍ୟାକାଣ୍ଡ ଘଟାଇଥିଲେ। ପୂର୍ବ ଯୋଜନା ଅନୁସାରେ ଲୁଟ୍‌ପାଟ୍‌ କରିବା ସହ ହତ୍ୟା କରିଥିବା ଉଭୟ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ଚଳିତ ମାସ ୧୧ ତାରିଖରେ ରୂପା ରେଡ୍ଡୀଙ୍କୁ ତାଙ୍କ ନିଜ ଘରେ ହିଁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପୂର୍ବରୁ ରୂପା ରେଡ୍ଡୀ ତାଙ୍କ ମାଉସୀଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଶେଷ ଶବ୍ଦ ଥିଲା “ବାବୁ”। ଏହାପରେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ତଦନ୍ତ ସମୟରେ ଏହି ଗୋଟିଏ ଶବ୍ଦ ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରାଗ ପାଲଟିଥିଲା।ପୋଲିସ ଜାଣିବାକୁ ପାଇଥିଲା ଯେ ରୂପା ରେଡ୍ଡୀଙ୍କ ସ୍କୁଲରେ ଛାତ୍ରମାନଙ୍କୁ ସାଧାରଣତଃ “ବାବୁ” ବୋଲି ସମ୍ବୋଧନ କରାଯାଉଥିଲା। ଏହାପରେ ହତ୍ୟାର ତଦନ୍ତ ଛାତ୍ରମାନଙ୍କ ଦିଗକୁ ମୋଡ଼ ନେଇଥିଲା। ଏହି କ୍ରମରେ ପୋଲିସ ୧୩ ଜଣ ଛାତ୍ରଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଚରାଉଚରା କରାଯାଇଥିଲା। ପରେ ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ସେମାନେ ହଠାତ୍ ବହୁ ଟଙ୍କା ଖର୍ଚ୍ଚ କରିବା ସହ ଟଙ୍କାରେ ମଉଜମସ୍ତି କରୁଥିବା ଜଣାପଡ଼ିଥିଲା। ଏ ସବୁ ଜାଣି ପ୍ରଧାନଶିକ୍ଷୟତ୍ରୀ ସେମାନ ଙ୍କୁ ଏସବୁ ରୁ ଦୁରେଇ ନ ରହିଲେ ତାଙ୍କ ଘର ଲୋକ ଙ୍କୁ ଜଣାଇ ବେ ବୋଲି କହିଥିଲେ ! ତେବେ ଏ କଥା ଶୁଣି ଉଭୟେ ତାଙ୍କୁ ହତ୍ୟା କରିବାର ଯୋଜନା କରି ହତ୍ୟା କରିଥିବା ପ୍ରମାଣିତ ହୋଇଛି ! ସେମାନ ଙ୍କ ନିକଟ ରୁ କଲ୍ଲୁ ରୂପା ଙ୍କ ଘରୁଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Telengana #HeadmistressKilled

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike