ଭାରତ ଜିତିଲା T20 ବିଶ୍ୱକପ ! ସାରା ଦେଶ ରେ ଉତ୍ସବ ର ଲହରୀ !

 







ପୁଣି ଟିମ ଇଣ୍ଡିଆ ଜିତିଲା T20 ୱାର୍ଲଡ କପ !

ଭାରତ ଲଗାତାର ଦୁଇଥର (୨୦୨୪ ଓ ୨୦୨୬) T20 ବିଶ୍ୱକପ୍ ଜିତି ଟାଇଟେଲ୍‌କୁ ସଫଳତାର ସହିତ ରକ୍ଷା କରିଥିବା ପ୍ରଥମ ଦଳ ହୋଇଛି । ଏହା ସହିତ ଭାରତ ମୋଟ ତୃତୀୟଥର ପାଇଁ T20 ବିଶ୍ୱକପ୍ ଖିତାବ ଜିତି ଏକ ଐତିହାସିକ ସଫଳତା ହାସଲ କରିଛି । 

୨୦୨୬ T20 ବିଶ୍ୱକପ୍ ଫାଇନାଲ୍‌ର ମୁଖ୍ୟ ଆକର୍ଷଣ:

ମ୍ୟାଚ୍ ଫଳାଫଳ:

ଭାରତ ୨୦ ଓଭରରେ ୨୫୫/୫ ରନ୍ କରିଥିଲା। ପ୍ରତିଉତ୍ତରରେ ନ୍ୟୁଜିଲ୍ୟାଣ୍ଡ ୧୯ ଓଭରରେ ୧୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା।

ଶ୍ରେଷ୍ଠ ପ୍ରଦର୍ଶନ:

ସଞ୍ଜୁ ସାମସନ୍ ୪୬ଟି ବଲ୍‌ରେ ୮୯ ରନ୍ କରିଥିଲେ, ଯେତେବେଳେ ଅଭିଷେକ ଶର୍ମା ଦ୍ରୁତ ଅର୍ଧଶତକ ହାସଲ କରି ଦଳ ର ସ୍ଥିତି କୁ ମଜବୁତ କରିଥିଲେ ।

ବୋଲିଂରେ ଦାଦାଗିରି:

ଜସପ୍ରିତ ବୁମ୍ରା ମାତ୍ର ୧୫ ରନ୍ ଦେଇ ୪ଟି ଉଇକେଟ୍ ନେଇ ମ୍ୟାଚ୍‌ର ମୁଖ୍ୟ ନାୟକ ହୋଇଥିଲେ ।

ରେକର୍ଡ:

୨୫୫ ରନ୍ T20 ବିଶ୍ୱକପ୍ ଫାଇନାଲ୍‌ର ଇତିହାସରେ ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି।

କପ୍ତାନ:

ସୂର୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଐତିହାସିକ ଜୟ ହାସଲ କରିଛି।

ଏହି ଜୟ ସହିତ ଭାରତ ଘରୋଇ ମାଟିରେ ବିଶ୍ଵକପ ଜିତିବା ସାରା ଦେଶ ପାଇଁ ଗର୍ବ ଏବଂ ଗୌରବ ପାଲଟିଛି ।


ରିପୋର୍ଟ :-ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#T20 #ୱାର୍ଲଡକପ

Comments