ରାଜସ୍ବ ମନ୍ତ୍ରୀ କୁଆଡେ ଗଲେ ! ରାଜସ୍ୱ ମନ୍ତ୍ରୀ ଙ୍କ ସବୁ ନିୟମ କୁ ଯମୁନାବନ୍ଧ ରେ ଜଳାଞ୍ଜଳି ଦିଆଯାଇଛି । କାହା ଛତ୍ରଛାୟା ରେ ଭବିଷ୍ୟତ ର ଇକୋ ପାର୍କ କୁ ନଷ୍ଟ କରୁଥିବା ମାଫିଆ ମାନେ ? କିପରି ବଦଳିଲା କଟକ ଜିଲ୍ଲା ତିଗିରିଆ ବ୍ଲକ ରେ ଥିବା ଯମୁନାବନ୍ଧ ର ପରିସୀମା ? ଯେତେବେଳେ ଯମୁନାବନ୍ଧ ନିର୍ମାଣ କରାଯାଇଥିଲା ସେତେବେଳେ ଏହାର ଯେତିକି ପରିସୀମା ଥିଲା ଏବେ ତାହା ଠାରୁ କମ ହେଲା କିପରି ! ଯମୁନାବନ୍ଧ ର କିଛି ଜମି କୁ ସ୍ଥାନୀୟ କିଛି ଲୋକେ ନିଜ ନାମ ରେ ରେକର୍ଡ କରାଇ ନେଇଥିବା ଅଭିଯୋଗ ମଧ୍ୟ ଆସିଛି ! ଖାଲି ସେତିକି ନୁହେଁ ଦିନ କୁ ଦିନ ଏହି ଜବରଦଖଲ ହୋଇଥିବା ଜମି ର ପରିସୀମା ବୃଦ୍ଧି ପାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି ! ଏପରିକି ଯମୁନାବନ୍ଧ ରୁ ବେଆଇନ ମାଟି ଚାଲାଣ ଏବଂ ନିକଟସ୍ଥ ମୁଣ୍ଡିଆ ରୁ ମୋରମ ଏବଂ ପଥର ଚୋରା ଚାଲାଣ ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଏବଂ ଜିଲ୍ଲା ପ୍ରଶାସନ ର ନୀରବତା ସ୍ଥାନୀୟ ବାସିନ୍ଦା ଙ୍କ ମନ ରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Cuttack #Jamunabandh

Comments
Post a Comment