ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ରେ ପାନୀୟ ଜଳ ସମସ୍ୟା ଚରମ ସୀମା ରେ !

 









ଗଞ୍ଜାମ ଜିଲ୍ଲା ଧରାକୋଟ ରେ ପିଇବା ପାଣି ପାଇଁ ପ୍ରଚଣ୍ଡ ଖରା ରେ ପାହାଡ ଚଢ଼ୁଛନ୍ତି ଆଦିବାସୀ l ତଥାପି ଝରଣା ର ପାଣି ମେଣ୍ଟାଇ ପାରୁନି ଶୋଷ l ବେଳେ ବେଳେ ଝରଣାର ଦୂଷିତ ପାଣି ପିଇ ସଂକ୍ରମିତ ହେଉଥିବା ବେଳେ ରୋଗରେ ପଡ଼ୁଛନ୍ତି ଲୋକେ l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାବା ପଞ୍ଚାୟତ କାଞ୍ଜିଆମ୍ବ ଗାଁ ରେ ଦେଖିବାକୁ ମିଳିଛି ପିଇବା ପାଣିର ସଙ୍କଟ l ଗାଁ ରେ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ତେବେ ସତରେ ଏହି ଗାଁର ଏହି ସମସ୍ୟାକୁ ସମାଧାନ କରିବାକୁ ହେଲେ ସମସ୍ତେ ଶେୟାର କରନ୍ତୁ ଯେମିତି ରାଜ୍ୟ ସରକାରଙ୍କ ପାଖରେ ଏହି ଦୃଶ୍ୟ ପହଁଚିପାରିବ ।


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ


#ଗଞ୍ଜାମ #Drinkingwater

Comments