ବେଆଇନ ମଦ ଭାଟି କୁ ବନ୍ଦ କରିବା ପାଇଁ କୃଷ୍ଣପ୍ରସାଦ ରେ ତହସିଲଦାର ଙ୍କୁ ଘେରିଲେ ମହିଳା !


କୃଷ୍ଣପ୍ରସାଦ ରେ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ।     

-------------------------------------- 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ଅଫିସ୍ ରେ  ମଦ ବେପାରକୁ ବିରୋଧ କରି ମହିଳା ସଂଘ ତରଫରୁ ତହସିଲଦାରଙ୍କୁ ଘେରାଉ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ଥିବାରୁ ଏବଂ ଘର ପାଖରେ ମଦ ଦୋକାନ ଥିବାରୁ ମା ଭଉଣୀ ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି !  ସୂଚନା ମୁତାବକ କୃଷ୍ଣପ୍ରସାଦ ପଞ୍ଚାୟତ ସାନ ଅଁଳ ଗ୍ରାମର ମହିଳା ସଂଘ ତରଫରୁ ମୂଖ୍ୟ ରାସ୍ତାକୁ ଲାଗିକି ଥିବା ମଦ ଦୋକାନ ସାନଅଁଳ ଗ୍ରାମ କୁ ଲାଗିକି ଥିବାରୁ ଏବଂ ମଦ୍ୟପ ମାନ ଙ୍କ ଅଶ୍ଳୀଳ ଆଚରଣ ପାଇଁ ମହିଳା ମାନେ ଦୈନନ୍ଦିନ  ରାସ୍ତାରେ ଯିବାକୁ ଅସୁରକ୍ଷିତ ମନେ କରୁ ନାହାନ୍ତି । ମଦ ଦୋକାନ ଟି ଏକ ବାତ୍ୟା ପ୍ରଭାବରୁ ବଞ୍ଚିବା ପାଇଁ ଫାଇଲିନ ବାତ୍ୟାରେ ସରକାରଙ୍କ ତରଫରୁ ମିଳିଥିବା ଘରେ ଚାଲୁଥିବାରୁ ମହିଳା ମାନେ ତହସିଲ ଆଗରେ ଧାରଣା ଦେଇ ଆନ୍ଦୋଳନ କରିଛନ୍ତି । ମଦ ପିଇ ଯୁବକ ମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସାନଅଁଳ ଗ୍ରାମରେ ଅଶାନ୍ତି ର ବାତାବରଣ ସୃଷ୍ଟି ହେଉଛି । ମହିଳା ସଂଘ ର ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ଓ ସରକାରୀ ଅଧିକାରୀ ମାନଙ୍କର କୌଣସି ସହଯୋଗ ମିଳିପାରିନାହିଁ ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#ପୁରୀ #କୃଷ୍ଣପ୍ରସାଦ

Comments