ଜଗତସିଂହପୁର ଜିଲ୍ଲା ସାଂପୁର ଛକ ନିକଟରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ପାରାଦୀପରୁ ଜଗତସିଂହପୁର ଅଭିମୁଖେ ଆସୁଥିବା ‘ଯୋଗମାୟା’ ନାମକ ଏକ ଯାତ୍ରୀବାହୀ ବସ୍ ହଠାତ୍ ଭାରସାମ୍ୟ ହରାଇ ଏକ ଘର ଭିତରକୁ ମାଡିଯାଇଛି। ଏହି ଦୁର୍ଘଟଣାରେ ଅନ୍ତତଃ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ :- ପିଙ୍କୁନ୍ ଜେନା
ଜନତା ଜାଗରଣ
#Busaccident #jagatsingpur


Comments
Post a Comment