ଗଞ୍ଜାମ ପୋଲସରା ରେ ଜୀବନ୍ତ ଗୁଳି ଏବଂ ଦେଶୀ ବନ୍ଧୁକ ସହିତ ଜଣେ ଗିରଫ ।



 ଅଶାନ୍ତ ପୋଲସରା ନିର୍ବାଚନ ମଣ୍ଡଳୀ, ଦେଶୀ ବନ୍ଧୁକ ସହ ଯୁବକ ଗିରଫ ! ଅଶାନ୍ତ ହୋଇପଡ଼ିଛି ପୋଲସରା ନିର୍ବାଚନ ମଣ୍ଡଳୀ । ଗତ କିଛି ଦିନ ଧରି ଏକ ପରେ ଏକ ଘଟଣା ଘଟୁଥିବା ବେଳେ ପୁଣି ଆଜି ଆଉ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ଦେଶୀ ବନ୍ଧୁକ ଦେଖାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ସୂଚନା ମିଳିବା ପରେ ପୋଲସରା ଥାନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ପୋଲିସ ଦଳ ଚଢ଼ାଉ କରି ଯୁବକଙ୍କୁ ଗିରଫ କରିଥିଲେ ।

ଗିରଫ ଯୁବକଙ୍କ ପରିଚୟ ପୋଲସରା ଥାନା ଅନ୍ତର୍ଗତ ବର୍ତ୍ତିନି ଗ୍ରାମର କାର୍ତ୍ତିକ ପାତ୍ର ବୋଲି ଜଣାପଡ଼ିଛି । ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଏକ ମୋବାଇଲ ଫୋନ ଓ ଏକ ବୁଲେଟ ମୋଟରସାଇକେଲ ଜବତ କରାଯାଇଛି । ଏହି ଘଟଣାରେ U/S 25(1)(a)/25(1-B)(a) Arms Act ଅନୁସାରେ ୧୨୫/୨୬ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଥାନାଧିକାରୀ କୌଶିକ ମାଝୀଙ୍କ ଠାରୁ ମିଳିଛି ।


ରିପୋର୍ଟ :-ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Polasara #Illegal #Firearms

Comments